ଖୁବଶୀଘ୍ର ପିଲାଙ୍କୁ ମିଳିବ ତ୍ରୁଟିଶୂନ୍ୟ ପୁସ୍ତକ: ସଚିବ

ସଂଶୋଧିତ ପୁସ୍ତକ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ

ଭୁବନେଶ୍ୱର, ୦୧/୦୭: ପୁସ୍ତକ ତ୍ରୁଟି ପ୍ରସଙ୍ଗକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍‌. ତିରୁମାଳା ନାୟକ ପ୍ରେସ୍‌ମିଟ୍ କରି ସୂଚନା ଦେଇଛନ୍ତି ଯେ, ଖୁବ୍‌ଶୀଘ୍ର ପିଲାମାନେ ନୂଆ ତ୍ରୁଟିଶୂନ୍ୟ ପୁସ୍ତକ ପାଇବେ। ଖୁବ୍‌ କମ୍ ଦିନ ମଧ୍ୟରେ ନୂଆ ପାଠ୍ୟପୁସ୍ତକ ଯୋଗାଇଦେବେ ରାଜ୍ୟ ସରକାର। ସଂଶୋଧିତ ପୁସ୍ତକ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ।

ପୁସ୍ତକରେ ଥିବା ତ୍ରୁଟିଗୁଡ଼ିକୁ ଶିକ୍ଷାବିତ୍‌ମାନେ ତର୍ଜମା କରୁଛନ୍ତି। ଗୁରୁଚଣ୍ଡାଳ ଭୁଲ୍‌କୁ ସୁଧାରିବୁ, ତ୍ରୁଟିଶୂନ୍ୟ ପୁସ୍ତକ ଦେବୁ। ପୁସ୍ତକ ତ୍ରୁଟିକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଗଣମାଧ୍ୟମରେ ଯେତେ ତ୍ରୁଟି ଦେଖାଯାଉଛି, ସେତେ ମାତ୍ରାରେ ନାହିଁ ବୋଲି କହିଛନ୍ତି ଏନ୍‌. ତିରୁମାଳା ନାୟକ‌।