ପୁରୀ ରଥଯାତ୍ରା ୨୦୨୬ ପାଇଁ ଟିପିସିଓଡିଏଲ୍ର ବ୍ୟାପକ ପ୍ରସ୍ତୁତି
ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ
ଭୁବନେଶ୍ୱର, ୦୨/୦୭: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍), ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ୨୦୨୬ ସମୟରେ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ।
ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ, ଟିପିସିଓଡିଏଲ୍ ସହରର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସବ୍ଷ୍ଟେସନ, ଟ୍ରାନ୍ସଫର୍ମର, ଭୂତଳ କେବୁଲ ଏବଂ ଓଭରହେଡ୍ ବିଦ୍ୟୁତ ଲାଇନଗୁଡ଼ିକର ବ୍ୟାପକ ରକ୍ଷଣବେକ୍ଷଣ କାର୍ଯ୍ୟ କରିଛି । ରଥଯାତ୍ରା ସମୟରେ ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ଏବଂ ପ୍ରମୁଖ ସ୍ଥାନଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ ବିତରଣ ନେଟୱର୍କକୁ ମଧ୍ୟ ଅଧିକ ଶକ୍ତିଶାଳୀ କରାଯାଇଛି ।
ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଅନ୍ୟାନ୍ୟ ଗୁରୁତ୍ୱର୍ପୂ ସ୍ଥାନଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯଦି କୌଣସି କାରଣରୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୁଏ, ତେବେ ତାହାକୁ ଯଥାଶୀଘ୍ର ସ୍ୱାଭାବିକ କରିବା ପାଇଁ ଅତିରିକ୍ତ ବ୍ୟାକଅପ୍ ବ୍ୟବସ୍ଥା ସହ ବିଦ୍ୟୁତ ନେଟୱର୍କକୁ ଅଧିକ ସୁଦୃଢ଼ କରାଯାଇଛି ।
ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ବଡ଼ଦା, ବେଳାଭୂମି ଅଞ୍ଚଳ ଏବଂ ଅଧିକ ଭିଡ଼ ହେଉଥିବା ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ବିଦ୍ୟୁତ ସୁରକ୍ଷା ଯାଞ୍ଚ କରାଯାଇଛି । ରଥଯାତ୍ରା ସମୟରେ ଭକ୍ତ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ପାଇଁ ବିଦ୍ୟୁତ ଭିତ୍ତିଭୂମିଗୁଡ଼ିକରେ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ରଥଯାତ୍ରା ସମୟରେ ତୁରନ୍ତ ସେବା ଯୋଗାଇବା ପାଇଁ ଟିପିସିଓଡିଏଲ୍ ଏକ ସେଣ୍ଟ୍ରାଲ ମାଷ୍ଟର କଣ୍ଟ୍ରୋଲ ରୁମ୍ ପରିଚାଳନା କରିବ, ଯାହାକୁ ସହଯୋଗ କରିବା ପାଇଁ ସମଗ୍ର ପୁରୀ ସହରରେ ବିଭିନ୍ନ ଉର୍ଗୀକୃତ କଣ୍ଟ୍ରୋଲ ରୁମ୍ ରହିବ । ବିଦ୍ୟୁତ ନେଟୱର୍କ ଉପରେ ନଜର ରଖିବା ଏବଂ ବିଦ୍ୟୁତ ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଇଞ୍ଜିନିୟର ଏବଂ ଫିଲ୍ଡ ଷ୍ଟାଫ୍ଙ୍କୁ ମିଶାଇ ୮୦୦ ରୁ ଅଧିକ ପ୍ରଶିକ୍ଷିତ କର୍ମଚାରୀ ବିଭିନ୍ନ ସିଫ୍ଟରେ ଚବିଶ ଘଣ୍ଟା ମୁତୟନ ରହିବେ ।
ଜରୁରୀକାଳୀନ ପରିସ୍ଥିତି ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଯନ୍ତ୍ରପାତିଗୁଡ଼ିକୁ ପ୍ରମୁଖ ଷ୍ଟ୍ରାଟେଜିକ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ମୁତୟନ କରାଯାଇଛି । ଏହା ସହିତ ରଥଯାତ୍ରା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ହେଉଥିବା ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଯୋଗାଇଦେବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ଏହା ବ୍ୟତୀତ, କମ୍ପାନୀ ପକ୍ଷରୁ ମୋବାଇଲ୍ ମେଡିକାଲ୍ ୟୁନିଟ୍ ମଧ୍ୟ ମୁତୟନ କରାଯିବ, ଯେଉଁଥିରେ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା ଦଳ ରହିବେ, ଯେଉଁମାନେ ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ମାଗଣା ଚିକିତ୍ସା ସହାୟତା ପ୍ରଦାନ କରିବେ ।
ଟିପିସିଓଡିଏଲ୍ର ସିଇଓ ଗଜାନନ ଏସ୍. କାଲେ କହିଛନ୍ତି ଯେ, “ରଥଯାତ୍ରା ହେଉଛି ଓଡ଼ିଶାର ସବୁଠାରୁ ପବିତ୍ର ପର୍ବ, ଯାହା ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଥାଏ । ଆମର ଟିମ୍ ବିଦ୍ୟୁତ ନେଟୱର୍କକୁ ସୁଦୃଢ଼ କରିବା, ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ଏବଂ ଏକ ଶକ୍ତିଶାଳୀ ଜରୁରୀକାଳୀନ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଆମେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଏବଂ ଏହି ମହାନ ଉତ୍ସବକୁ ସୁରୁଖୁରୁରେ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବାରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।”
ସୁଦୃଢ଼ ଭିତ୍ତିଭୂମି, ଉତ୍ସର୍ଗୀକୃତ କର୍ମଚାରୀ ଏବଂ ଏକ ବ୍ୟାପକ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ବ୍ୟବସ୍ଥା ସହିତ, ଟିପିସିଓଡିଏଲ୍ ସମ୍ପୂର୍ଣ୍ଣ ରଥଯାତ୍ରା ୨୦୨୬ ସମୟରେ ଏକ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି, ଯାହା ଭକ୍ତ, ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାରେ ସହାୟକ ହେବ ।