ଜଙ୍ଗଲୀ ମାଇ କୁଟୁରା ଉଦ୍ଧାର ପରେ ମୃତ୍ୟୁ

ଥାନା ଭିତରୁ ଉଦ୍ଧାର ହେଲା କୁଟୁରା

କଲ୍ୟାଣ ସିଂହପୁର, ୦୩/୦୭(ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦରରେ ବନବିଭାଗ ପକ୍ଷରୁ ଜଙ୍ଗଲୀ ମାଈ କୁଟୁରା ଉଦ୍ଧାର କରିବା ପରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏକ କୁଟୁରା କେଉଁ ଆଡୁ ଆସି ପାଚେରୀ ଡେଇଁ ଥାନା ଭିତରେ ଫସିରହିଥିଲା। ଏହାକୁ କିଛି ପୁଲିସ ଦେଖି କୁଟୁରାକୁ ଉଦ୍ଧାର କରିବା ପରେ ବନବିଭାଗକୁ ଡାକି ହସ୍ତାନ୍ତର କରିଥିଲେ। ଏହାକୁ ମାଡ଼ ହୋଇଥିବାରୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା ପାଇଁ ନେଉଥିବା ବାଟରେ ତାର ମୃତ୍ୟୁ ହୋଇଯାଇଛି। ଉକ୍ତ ଖବର ପାଇ ଏସି ଏଫ ଓ ସତୀଶ ଧାରୁଆ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତାଙ୍କ ସହ ରେଞ୍ଜର ସଚ୍ଚିଦାନନ୍ଦ ପରିଡା, ବନପାଳ ବରଖା ରାଣୀ ପାତ୍ର, ବନରଖି ବି. ଭାସ୍କର ସମେତ କଲ୍ୟାଣ ସିଂହପୁର ବନ କର୍ମଚାରି ଉପସ୍ଥିତ ରହିଥିଲେ। ଶିକରପାଇ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡକ୍ଟର ଅସିମ କୁମାର ଦାସ ପହଞ୍ଚି କୁଟୁରାକୁ ବ୍ୟବଚ୍ଛେଦ କରିବା ପରେ ତାହାକୁ ପୋତି ଦେଇଥିଲେ। ଉକ୍ତ କୁଟୁରାଟି ପ୍ରାୟ ଦୁଇ ବର୍ଷ ହେବା ସହ ୧୫କିଲୋ ଓଜନ ରହିବ ଅପମୃତ ମାମଲା ରୁଜୁ କରି ପୋତି ଦେଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ପରିଡା କହିଛନ୍ତି।