କଲ୍ୟାଣ ସିଂହପୁର, ୬/୭(ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ କରାଗଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିକରପାଇ ଗ୍ରାମ ର ବନପାଳ ଅଶ୍ୱିନ କୁମାର କରକରିଆ ଓ ବନରକ୍ଷୀ ସ୍ବର୍ଯ୍ୟ ପ୍ରକାଶ ପଟ୍ଟନାୟକ, ପୁଷ୍ପାଞ୍ଜଳୀ ନାୟକ, ପଦନା ନାଗ , ନିରୁପମା ମହାପାତ୍ର, ରାମ ଶାମଲ ଏଙ୍ ଅନ୍ୟାନ୍ୟ କର୍ମଚାରୀ ତତ୍ବାବଧାନରେ ପାଳନ କରାଗଲା । ଏହି କାର୍ଯ୍ୟକ୍ରମଟିକୁ ଆଗକୁ ନେବା ପାଇଁ ପ୍ରକୃତି ବନ୍ଧୁ ତଥା ଜୁନିୟର ରେଡ଼କ୍ରସ ଶିକ୍ଷକ ତାପସ କୁମାର ଦଳାଇ ଙ୍କ ସମେତ କ୍ରୀଡ଼ା ଶିକ୍ଷକ ସାଇ ଜ୍ୟୋତି ବେହେରା , ସିଦ୍ଧାନ୍ତ କୁଲିସିକା, ନିଶି କାନ୍ତ ରାଉତ ଓ ସେହି ଅଞ୍ଚଳର ଶିଶୁ ମନ୍ଦିରର ଗୁରୁମା ଏବଂ ଶିକ୍ଷାର୍ଥୀ ଯୋଗ ଦେଇଥିଲେ । ବନମହୋତ୍ସବ ସପ୍ତାହରେ ସମସ୍ତେ କିପରି ମାଙ୍କ ନାମରେ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ କୁହାଯାଇଛି । ଏଥିରେ ପ୍ରାୟ ୫୦ଟି ଔଷଧୀୟ ବୃକ୍ଷ ରୋପଣ କରାଯାଇଛି।
Next Post