ଘରେ କେହି ନଥିବା ସୁଯୋଗ ନେଇ ଚୋରି

୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

କଲ୍ୟାଣସିଂହପୁର, ୬/୭(ନରସିଂହ ନାଥ ମହାପାତ୍ର): ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ବଡ଼ଧରଣର ଚୋରି ଘଟଣାରେ ୬ ଜଣକୁ ପୁଲିସ ଗିରଫ କୋର୍ଟ ଚାଲାଣ କରିଛି। ଚୋରି ହେବାର ତିନିଦିନ ମଧ୍ୟ ରେ ସ୍ଥାନୀୟ ପୁଲିସ ତଦନ୍ତ କରି କଲ୍ୟାଣ ସିଂହପୁର ବ୍ଲକ ଶିଙ୍ଗାରି ପଞ୍ଚାୟତର ଖୋରଜଡ଼ା ଗ୍ରାମର ଜିତେନ୍ଦ୍ର ନାୟକ, ସହଦେଵ ଛତ୍ରୀୟା, ଗୁରୁଦେବ ଗାଣ୍ଟା, ନାଥ ମହାନନ୍ଦିଆ, ବରବିଲ ନାୟକ, ଓ ରାଜେଶ ବାଗ ଙ୍କୁ ରବିବାର ଦିନ ଅଟକ ରଖି ପଚାରଉଚରା କରିଥିଲେ। ଏହି ୬ଜଣ ମଧ୍ୟରୁ କୋଳନାର ବ୍ଲକ ମୁକୁନ୍ଦପୁର ଗ୍ରାମରେ ହୋଇଥିବା ଚୋରି ଘଟଣାରେ ଜିତେନ୍ଦ୍ର ନାୟକ, ସହଦେଵ ଛତ୍ରୀୟା ଙ୍କୁ ଚାନ୍ଦିଲି ଥାନାକୁ ନେଇଥିଲେ। ସେଠାରେ ପଚରାଉଚାରା କରାଯିବା ସୋମବାର ଦିନ କୋର୍ଟ ଚାଲାଣ କରିଥିବା ବେଳେ କଲ୍ୟାଣ ସିଂହପୁର ଥାନାରେ ଥିବା ୪ଜଣ କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଇଛି। ଚୋରି କରିଥିବା ସାମଗ୍ରୀ ପୁଲିସ ଜବତ କରିଥିବା ଥାନା ଅଧିକାରୀ ଅଜିତ ପରିଡା ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି ଚଳିତ ମାସ ୨ ତାରିଖ ଦିନ ସୁନାଖଣ୍ଡି ପଞ୍ଚାୟତ ଆଲଜିନ୍ ଗୁଡ଼ା ଛକ ଶିବ ମନ୍ଦିର ସାହିରେ ସ୍ଥାନୀୟ ବାସିନ୍ଦା ବୀରେନ୍ଦ୍ର ନାଗ ଓ ତାଙ୍କ ପରିବାର ବୁଧବାର ଦିନ କୌଣସି କାମରେ ରାୟଗଡ଼ା ଯାଇଥିଲେ। ପରଦିନ ସକାଳେ ଘରକୁ ଫେରି ଦେଖିବା ବେଳକୁ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।ଦୁର୍ବୃତ୍ତମାନେ ଘର ପଛପଟ ପାଚେରୀ ଡେଇଁ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ପରେ ଘର ଭିତରେ ଥିବା ଆଲମାରୀ ଭାଙ୍ଗି ସୁନା ଚେନ୍, ଦୁଇଟି ମୁଦି, କାନଫୁଲ, ପ୍ରାୟ ସାତ ତୁଳା ରୂପା ଗହଣା, ନଗଦ ଦୁଇ ଲକ୍ଷ ଟଙ୍କା, ଏଲ୍‌ସିଡି ଟିଭି ସହ ଘରେ ଥିବା ମାଟି କୁଣ୍ଡି ରଖାଯାଇଥିବା ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ପରିବାର ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ ଦାଖଲ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅନୁସନ୍ଧାନ କୁକୁର ସାହାଯ୍ୟରେ ତଦନ୍ତ କରିଥିଲେ। ସେଥିରେ ୬ଜଣ ଙ୍କୁ ଅଟକ ରଖି ପଚାର ଉଚରା ଚଳାଇଥିଲେ। ସେମାନଙ୍କ ଠାରୁ ଚୋରି ଜିନିଷ ଜବତ କରି କୋର୍ଟ ଚାଲାଣ କରିଛନ୍ତି।