ଭୁବନେଶ୍ୱର, ୧୩/୦୭: ପୂର୍ବତନ କୋରାପୁଟ ITDA ସହକାରୀ ନିର୍ଦ୍ଦେଶକ ସଞ୍ଜୟ କେସପେଟାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଚାଲିଛି। ଭୁବନେଶ୍ୱର ସମେତ କୋରାପୁଟ, ସୁନ୍ଦରଗଡ଼ ଓ ରାଉରକେଲାରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି।
କୋରାପୁଟ ମେଡ଼ିକାଲ୍ ରୋଡ୍ରେ ଥିବା ଲଜ୍ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। କିଛି ମାସ ତଳେ କୋରାପୁଟରୁ ଭୁବନେଶ୍ୱରକୁ ବଦଳି ହୋଇଥିଲେ ସଞ୍ଜୟ। ଏବେ ଭୁବନେଶ୍ୱର OCCର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି।