ପୁଣି କୋର୍ଟକୁ ବୋମା ଧମକ

୪ ମାସରେ‌ ଚତୁର୍ଥ ଥର ବୋମା ଧମକ

ସମ୍ବଲପୁର, ୧୩/୦୭: ସମ୍ୱଲପୁର ଜିଲ୍ଲା କୋର୍ଟକୁ ମିଳିଛି ବୋମା ଧମକ। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ଯୋଗେ ରେଜିଷ୍ଟ୍ରାରଙ୍କ ପାଖକୁ ଆସିଛି ଧମକପୂର୍ଣ୍ଣ ମେସେଜ। ଏହା ପରେ କୋର୍ଟ କ୍ୟାମ୍ପସରେ ପହଞ୍ଚି ପୋଲିସ୍‌ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ଛାନଭିନ ଚଳାଇଛନ୍ତି। କୋର୍ଟ ପରିସର ଖାଲି କରି ତଲାସୀ ଅଭିଯାନ ଜାରି ରହିଛି। ପୂର୍ବରୁ ମଧ୍ୟ ୩ ଥର ବୋମା ଧମକ ଆସିଛି। ଗତ ୪ ମାସରେ ଚତୁର୍ଥ ଥର ମିଳିଲାଣି ଧମକ।

ଅନ୍ୟପଟେ ଅନୁଗୁଳ କୋର୍ଟକୁ ବି ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତଦନ୍ତ ଜାରି ରହିଛି।