ଭୁବନେଶ୍ୱର, ୧୩/୦୭: ପଶ୍ଚିମବଙ୍ଗର କାକଦ୍ୱୀପ ନିକଟ ସମୁଦ୍ରରୁ ଏକ ନିଖୋଜ ଟ୍ରଲର ମାଆ କାଳୀରୁ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଇଲିଶି ମାଛ ଧରିବାକୁ ଯାଇ ଏହି ଟ୍ରଲରଟି ଦୀର୍ଘ ଦିନ ହେବ ସମୁଦ୍ରରେ ଭାସିଯାଇଥିଲା। ଏଥିରେ ସମୁଦାୟ ୧୫ ଜଣ ମତ୍ସ୍ୟଜୀବୀ ଥିଲେ।
ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ଟ୍ରଲରଟି ଯାଇଥିଲା ଏବଂ ରକ୍ତେଶ୍ୱରୀ ବାଲିଝଡ଼ ନିକଟରେ ଓଲଟି ପଡ଼ିଥିଲା। କାକଦ୍ୱୀପ ନିକଟରୁ ଉଦ୍ଧାର କରାଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଟ୍ରଲରଟି ପ୍ରାୟ ୧୦ ଦିନ ପୂର୍ବରୁ ମଝି ସମୁଦ୍ରରେ ଓଲଟି ପଡ଼ିଥିଲା। ଗତ କାଲି ଟ୍ରଲର ସହ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାକି ୬ ଜଣ ଏବେ ବି ନିଖୋଜ ଅଛନ୍ତି ବୋଲି ସୂଚନା ମିଳିଛି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ବାଲେଶ୍ଵରର ୩ ଭାଇ ଥିବା ସୂଚନା ମିଳିଛି।