ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ଵରେ ବିରଳ

ପୁରୀ, ୧୬/୦୭: ପବିତ୍ର ରଥଯାତ୍ରା ଅବସରରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସନ୍ତୋଷ ଭରିଯାଉ ବୋଲି ସେ ପ୍ରାର୍ଥନା କରିଛନ୍ତି। ନିଜର ଓଡ଼ିଶା ମାଟି ଏବଂ ମହାପ୍ରଭୁଙ୍କ ପ୍ରତି ଥିବା ଅଗାଢ ଭକ୍ତିକୁ ସ୍ମରଣ କରି ରାଷ୍ଟ୍ରପତି ଏହି ପୂଣ୍ୟ ଉତ୍ସବରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି।

ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ସମାନତା, ଭାତୃଭାବ ଏବଂ ସାମାଜିକ ସମନ୍ୱୟର ଏକ ମହାନ ପ୍ରତୀକ। ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବ ବିଶ୍ଵରେ ବିରଳ। ରଥାରୂଢ଼ ମହାପ୍ରଭୁ ସମସ୍ତଙ୍କ ଦୁଃଖ କଷ୍ଟ ଦୂର କରି ଦେଶକୁ ପ୍ରଗତି ପଥରେ ଆଗେଇ ନିଅନ୍ତୁ।