ପାତଲମ୍ବା ଜଙ୍ଗଲରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଦନ୍ତା ହାତୀ ଆକ୍ରମଣ ସନ୍ଦେହ, ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର ୧୮/୦୭ (ନରସିଂହ ନାଥ ମହାପାତ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦନ୍ତା ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପାତଲମ୍ବା ଗାଁ ନିକଟ ଜଙ୍ଗଲରେ ଶୁକ୍ରବାର ସକାଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କଲ୍ୟାଣସିଂହପୁର ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଏକ ଦନ୍ତା ହାତୀ ବିଚରଣ କରୁଥିବାରୁ ଯୁବକଙ୍କ ମୃତ୍ୟୁ ହାତୀ ଆକ୍ରମଣରେ ହୋଇଥିବା ସନ୍ଦେହ କରାଯାଉଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ।ଏ ନେଇ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।