କରୋନା ଲକ୍ଷଣ ଥିଲେ ପୁରୀକୁ ଯାଆନ୍ତୁନି, ଘରେ ରହି ଟିଭିରେ ରଥଯାତ୍ରା ଦେଖନ୍ତୁ

ଭୁବନେଶ୍ବର: ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଛି ।ସେଥିପାଇଁ ପୁରୀରେ ସଂକ୍ରମଣ ଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସେ ଆହୁରି କହିଛନ୍ତି ଯେ, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବା ଭଲ। ରଥଯାତ୍ରା ପାଇଁ ପୁରୀ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲଥ୍‌ କ୍ୟାମ୍ପ ଖୋଲିବ ଲକ୍ଷଣ ଥିଲେ ଚିକିତ୍ସା କରାନ୍ତୁ।

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧ ତାରିଖରେ ହେବ। ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ରାଜ୍ୟ ସରକାର ପୁରୀ ଜିଲ୍ଲା ପ୍ରଶାସନକୁ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।