ରାଜ୍ୟରେ କେତେ ସୁରକ୍ଷିତ ହାତୀ, ପୁଣି ସଂରକ୍ଷିତ ଜଙ୍ଗଲରୁ ଏକ ହାତୀର କଙ୍କାଳ ଉଦ୍ଧାର

ଆଠଗଡ଼: ରାଜ୍ୟରେ କେତେ ସୁରକ୍ଷିତ ହାତୀ । ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରୁ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ଖାଲି ହାତୀ ମୃତ୍ୟୁ ନୁହେଁ ହାତୀ କଙ୍କାଳ ବି ଉଦ୍ଧାର ହେବ ଖବର ଆସୁଛି । ଯାହା କି ସ୍ପଷ୍ଟ ଭାବେ ବର୍ଣ୍ଣନା କରୁଛି ଯେ ହାତୀ ଏଠାରେ କେତେ ସୁରକ୍ଷିତ ।

ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜ ଅନ୍ତର୍ଗତ ଗୋପପୁର ସେକ୍ସନ ମଣ୍ଡପ ସଂରକ୍ଷିତ ଜଙ୍ଗଲରୁ ପୁଣି ଏକ ହାତୀର କଙ୍କାଳ ଉଦ୍ଧାର କରିଛି ବନ ବିଭାଗ । ଆଠଗଡ଼ ବନଖଣ୍ଡରୁ ଏବେ ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ବାହାରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଥମେ ନରସିଂହପୁର ବନାଞ୍ଚଳରୁ ହାତୀ କଙ୍କାଳ ଏସଟିଏଫକୁ ମିଳିବା ପରେ ବଡ଼ମ୍ବା ବନାଞ୍ଚଳରେ ତିନୋଟି ହାତୀ କଙ୍କାଳ ମିଳିଥିଲା । ହେଲେ ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଉଛି । ଆଜି ପୁଣି ଆଉ ଏକ ହାତୀର କଙ୍କାଳ ମିଳିବା ପରେ ହାତୀ ମୃତ୍ୟୁର କବର ସ୍ଥାନ ପାଲଟିଛି ଆଠଗଡ଼ ବନଖଣ୍ଡ ।