ଛକାପଞ୍ଝା ମଧ୍ୟରେ ସରିଲା ଉଦଘାଟନୀ ଉତ୍ସବ

ବହୁବିଧ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ

ଦଶପଲ୍ଲା, ୨୬/୦୭: ଦଶପଲ୍ଲା ଏନଏସିର ବିଭିନ୍ନ ସ୍ଥାନରେ ରବିବାର ଦିନ ମାରାଥନ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଇତ୍ୟବସରରେ ବିଇଓ ଅଫିସ ନୂତନ ଗୃହ, ମାତୃ ଓ ଶିଶୁ ସେବା ଚିକିତ୍ସାଳୟ ଆଦି ଉଦଘାଟିତ ହୋଇଛି | ଏଥିସହିତ ବହୁବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି |

ଇତ୍ୟବସରରେ ପୃଥକ ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭିନ୍ନ ବିଭାଗର ବହୁ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ | ବଡ଼ କଥା ହେଲା, ଉଦଘାଟନୀ କାର୍ଯ୍ୟକ୍ରମକୁ ନେଇ ବିଜେଡି ଓ ବିଜେପି ମଧ୍ଯରେ ଦିନ ତମାମ ଛକାପଞ୍ଝା ଲାଗି ରହିଥିବା ବେଳେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ହୋଇ ପଡିଥିଲା |