ଇଣ୍ଡିଆନ ଆଇଡଲ୍ ୱିନର ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ପ୍ରଥମ ଓଡ଼ିଆ ଭାବେ ସଫଳତା ହାସଲ କଲେ ଜ୍ୟୋତିର୍ମୟୀ

ଭୁବନେଶ୍ୱର, ୨୬/୦୭: ଓଡ଼ିଶାର ଗାୟିକା ଜ୍ୟୋତିର୍ମୟୀ ନାୟକ ‘ଇଣ୍ଡିଆନ୍ ଆଇଡଲ୍’ ସିଜିନ୍ ୧୬ ର ବିଜେତା ହୋଇଛନ୍ତି। ସୋନି ଟିଭିର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍’ ସିଜିନ୍ ୧୬ ର ଏହି ଗ୍ରାଣ୍ଡ ଫିନାଲେରେ ୫ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟ୍ରଫି ହାତେଇ ନେଇଛନ୍ତି। ସେ ଟ୍ରଫି ସହିତ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଛନ୍ତି। ସେ ଏହି ସଫଳତା ହାସଲ କରିବାରେ ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଅଟନ୍ତି।

ଓଡ଼ିଶାରୁ ଜ୍ୟୋତିର୍ମୟୀ ନାୟକ ବିଜେତା ହୋଇଥିବା ବେଳେ ପ୍ରଥମ ରନର୍ ଅପ୍ ହୋଇଛନ୍ତି ଜବଲପୁରର ତନିଷ୍ଠ ଶୁକ୍ଳା। ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି ମନରାଜ ବୀର ସିଂହ।

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତର ବାଉଁଶନାଳ ଗ୍ରାମରେ ଜ୍ୟୋତିର୍ମୟୀଙ୍କ ଘର। ଶାସ୍ତ୍ରୀୟ ଓ ଆଧୁନିକ ସଙ୍ଗୀତରେ ନିଜର ଦକ୍ଷତା ପ୍ରଦର୍ଶନ କରି ସାରିଛନ୍ତି।

ତେବେ ପୂର୍ବରୁ ୨୦୧୫ରେ ଇଣ୍ଡିଆନ ଆଇଡଲ୍ ଜୁନିଅର ଜିତିଥିଲେ ଓଡ଼ିଶାର କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ। ପ୍ରଥମ ଥର ରିଅଲିଟି ସୋ’ର ସିନିଅର ପ୍ରତିଯୋଗିତାରେ ଜ୍ୟୋତିର୍ମୟୀ ବିଜେତା ହୋଇଛନ୍ତି।