ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ନୟାଗଡ଼, ୦୭/୦୮: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର। ରଣପୁର ରାଜଜଙ୍କିଆ ପଞ୍ଚାୟତର ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ନୟାଗଡ଼ ଭିଜିଲାନ୍ସ। ଆବାସ ଘର ଡିଲ୍ କରାଇଦେବାକୁ ଲାଞ୍ଚ ନେଉଥିଲେ। ଏହା ପରେ ଅଧିକ ଖୋଳତାଡ଼ ଜାରି ରହିଛି। ପ୍ରଶାନ୍ତଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି।