ପାହାଡ଼ିଆ ରାସ୍ତାକୁ ଭୂସ୍ଖଳନମୁକ୍ତ କରିବାକୁ ସରକାରଙ୍କ ବ୍ଲୁପ୍ରିଣ୍ଟ
୧୩ ପୂର୍ତ୍ତ ଡିଭିଜନ୍କୁ ୭ ଦିନ ମଧ୍ୟରେ ପ୍ରକଳ୍ପ ପ୍ରସ୍ତାବ ମାଗିଲେ ମୁଖ୍ୟଯନ୍ତ୍ରୀ
ଭୁବନେଶ୍ୱର, ୦୭/୦୮: ପାହାଡ଼ିଆ ରାସ୍ତାକୁ ଭୂସ୍ଖଳନମୁକ୍ତ କରିବାକୁ ସରକାରଙ୍କ ବ୍ଲୁପ୍ରିଣ୍ଟ। କୋରାପୁଟ, ମାଲକାନଗିରି, ରାୟଗଡ଼ା ସମେତ ୧୩ ପୂର୍ତ୍ତ ଡିଭିଜନ୍କୁ ୭ ଦିନ ମଧ୍ୟରେ ପ୍ରକଳ୍ପ ପ୍ରସ୍ତାବ ମାଗିଲେ ମୁଖ୍ୟଯନ୍ତ୍ରୀ।
ରିଟେନିଂ ୱାଲ୍, ଢାଲ ସ୍ଥିରୀକରଣ, ରକ୍ଫଲ୍ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଜଳ ନିଷ୍କାସନ ଓ ବାୟୋ-ଇଞ୍ଜିନିୟରିଂ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର।
ପ୍ରଭାବିତ ସଡ଼କ, ଗ୍ରାମ, ଜନସଂଖ୍ୟା ପ୍ରମାଣ ଦାଖଲ ହେବ। ଫଟୋ ଓ ଭୂସ୍ଖଳନ ପ୍ରମାଣ ସହ ବିସ୍ତୃତ ପ୍ରସ୍ତାବ ମଧ୍ୟ ଦାଖଲ ହେବ। ଅନୁମୋଦନ ପରେ ଖୁବ୍ଶୀଘ୍ର କାମ ଆରମ୍ଭ ହେବ। ବର୍ଷାରେ ସଡ଼କ ସଂଯୋଗ ବିଚ୍ଛିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।