କୁତ୍ତା ହେଲା ଦତ୍ତା, କୁକୁର ପରି ଭୁକି ଜଣାଇଥିଲେ ପ୍ରତିବାଦ

କୋଲକାତା: ଶେଷରେ ଶ୍ରୀକାନ୍ତ ପାଇଲେ ନିଜ ସାଙ୍ଗିଆ । କୁତ୍ତାଙ୍କ ସ୍ଥାନରେ ଲେଖା ହେଲା ଦତ୍ତା । ତିନି ତିନି ଥର ଭୁଲ ନାଁ ପ୍ରିଣ୍ଟ ହେବା ପରେ ଶେଷରେ ରାସନ କାର୍ଡରେ ଠିକ୍ ନାଁ ପାଇଛନ୍ତି ପଶ୍ଚିମବଙ୍ଗର ଶ୍ରୀକାନ୍ତ ଦତ୍ତା ।

ଦୁଇ ଦିନ ତଳେ ପଶ୍ଚିମବଙ୍ଗର ବାଙ୍କୁରାରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ବ୍ୟକ୍ତି ଜଣକ କୁକୁର ପରି ଭୁକି ସରକାରୀ ଅଧିକାରୀଙ୍କୁ ନିଜ ଅଭିଯୋଗ ଜଣାଇଥିଲେ । ରାସନ କାର୍ଡରେ ସରକାରୀ ବାବୁ ବଦଳାଇ ଦେଇଥିଲେ ସାଙ୍ଗିଆ । ଶ୍ରୀକାନ୍ତ ଦତ୍ତା ବଳରେ ରାସନ କାର୍ଡରେ ଲେଖା ହୋଇଥିଲା ଶ୍ରୀକାନ୍ତ କୁତ୍ତା। ଜବାବରେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଥିଲେ ବ୍ୟକ୍ତି । କୁକୁର ପରି ଭୁକି ଭୁକି ଦସ୍ତାବିଜ ଦେଖାଉଥିଲେ।

ଘଟଣାକୁ ନେଇ ଶ୍ରୀକାନ୍ତ ଦତ୍ତ କହିଥିଲେ, ‘ମୁଁ ରାସନ କାର୍ଡ ପାଇଁ ଆବେଦନ କରିଥିଲି । ପ୍ରଥମ ପର୍ଯ୍ୟାୟରେ ରାସନ କାର୍ଡ ମିଳିଥିଲା । ତେବେ ଏଥିରେ ଶ୍ରୀକାନ୍ତ ଦତ୍ତା, ଶ୍ରୀକାନ୍ତ ମଣ୍ଡଳ ହୋଇଥିଲା । ସୁଧାର ପାଇଁ ପୁଣି ଏକ ଆବେଦନ କରିଥିଲି । ଏଥର ଶ୍ରୀକାନ୍ତ କୁମାର ଦତ୍ତ କରାଯାଇଥିଲା ।