ବନ୍ଦେ ମାତରମ୍‌ ଗାନ ପରେ ଲୋକସଭାର ମୌସୁମୀ ଅଧିବେଶନ ସ୍ଥଗିତ

ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ନୂଆଦିଲ୍ଲୀ, ୧୩/୦୮: ଲୋକସଭାର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଅନ୍ତିମ ଦିନରେ ଗୃହ ଚାଲି ନପାରିବାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ମୁଲତବୀ ପୂର୍ବରୁ ସଦନରେ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’ ଗାନ କରାଯାଇଥିଲା।

ଅଧିବେଶନର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବିଭିନ୍ନ ଦଳର ସାଂସଦମାନେ ଉପସ୍ଥିତ ଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସଦନରେ ଉପସ୍ଥିତ ଥିଲେ।

ଚଳିତ ମୌସୁମୀ ଅଧିବେଶନରେ ବାରମ୍ବାର ହଟ୍ଟଗୋଳ ପରିଲକ୍ଷିତ ହୋଇଥିଲା। ବିରୋଧୀ ଦଳଙ୍କ ପ୍ରତିବାଦ ଏବଂ ସରକାର-ବିରୋଧୀ ଦଳ ମଧ୍ୟରେ ମତଭେଦ ପାଇଁ ବେଶ ସରଗରମ ରହିଥିଲା। ବିଶେଷକରି ନିଟ୍‌-ୟୁଜି ସମ୍ପର୍କିତ ବିବାଦ ଓ ଛାତ୍ର ଆନ୍ଦୋଳନକୁ ନେଇ ବିରୋଧୀ ସାଂସଦମାନେ ସଦନରେ ଆଲୋଚନା ଦାବି କରିଥିଲେ। ଏହାକୁ ନେଇ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଥିଲା।