ମାହଶା ଅମିନୀଙ୍କୁ ହତ୍ୟା କରାଯାଇ ନାହିଁ, ତାଙ୍କର ମୃତ୍ୟୁ ହୋଇଛି: ଇରାନ ମନ୍ତ୍ରୀ

ଇରାନ: ୨୨ ବର୍ଷୀୟ କୁର୍ଦ୍ଦିଶ ମହିଳା ମାହଶା ଅମିନୀଙ୍କ ମୃତ୍ୟୁ ପରେ ମାସାଧିକ କାଳ ଆନ୍ଦୋଳନ ଜାରି ରହିଥିବା ବେଳେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଇରାନ ଉପବୈଦେଶିକ ବ୍ୟାପାର ମନ୍ତ୍ରୀ ଅଲି ବକେରୀ । ମାହଶଙ୍କର  ପୁଲିସ କଷ୍ଟୁଡିରେ ମୃତ୍ୟୁ ନେଇ ବୋଲି ସେ କହିଛନ୍ତି। ବକେରୀରେ ବର୍ତ୍ତମାନ ଭାରତରେ ରହିଛନ୍ତି। ଦୁଇ ଦେଶ ମଧ୍ୟରେ ରାଜନୈତିକ ଆଲୋଚନା ପାଇଁ ସେ ଭାରତ ଆସିଥିବା ବେଳେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ଠିକ୍ ଭାବେ ହିଜାବ ପିନ୍ଧିନଥିବାରୁ ସେପ୍ଟେମ୍ବର ମାସରେ ମାହଶା ଅମିନୀଙ୍କୁ ଗିରଫ କରିଥିଲା ଇରାନର ମୋରାଲ ପୁଲିସ। ଗିରଫର ତିନି ଦିନ ପରେ ପୁଲିସ କଷ୍ଟୁ଼ଡିରେ ଅମିନୀଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସେବେଠାରୁ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି।

ଏହି ଆନ୍ଦୋଳନ ପାଇଁ ପଶ୍ଚିମ ଦେଶଗୁଡ଼ିକୁ ଦାୟୀ କରୁଛି ଇରାନ। ଦେଶରେ ଏକ ଭିତ୍ତିହୀନ ଓ ଭ୍ରମାତ୍ମକ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି ବୋଲି ଇରାନ କହିଛି। ତେବେ ଭାରତ ଆସିଥିବା ବକେରୀ ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ ମହଶା ଅମିନୀଙ୍କୁ ହତ୍ୟା କରାଯାଇ ନାହିଁ। ତାଙ୍କର ମୃତ୍ୟୁ ହୋଇଛି। କିଛି ପଶ୍ଚିମ ଗଣମାଧ୍ୟମ ଇରାନରେ ଏଭଳି ପରିବେଶ ସୃଷ୍ଟି କରୁଛନ୍ତି। ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଭ୍ରମାତ୍ମକ। ଏହି ପଶ୍ଚିମଦେଶଗୁଡ଼ିକା ପାଇଁ ଇରାନ ଲୋକଙ୍କର ଅଧିକାର କ୍ଷୁର୍ଣ୍ଣ ହେଉଛି। ”

ସେ ଆହୁରି ମଧ୍ୟ କହିଛନ୍ତି  “ପଶ୍ଚିମ ଦେଶଗୁଡ଼ିକ କେବେ ବି ଆଫଗାନିସ୍ତାନର ଲୋକଙ୍କ ବିଷୟରେ କହୁ ନାହାନ୍ତି। ସେମାନେ କେବେ ବି ଏଭଳି କାଣ୍ଡକୁ ବିରୋଧ କରୁ ନାହାନ୍ତି। ଏମାନେ ହିଁ ଲୋକଙ୍କର ପ୍ରକୃତ ହତ୍ୟାକାରୀ।”