ପୁଣି ଥରେ ନେପାଳର ଜାଗା କବଜା କଲା ଚୀନ, ଡ୍ରାଗନ ଆପଣେଉଛି ‘ସଲାମୀ-ସ୍ଲାଇସିଙ୍ଗ ନୀତି’

ନୂଆଦିଲ୍ଲୀ: ପୁଣି ଥରେ ନେପାଳ ଜମି କବଜା କଲା ଚୀନ। ଆଉ ସବୁ ଜାଣି ନିରବ ରହୁଛି ଆମର ଏହି ପଡେଶୀ ଦେଶ। ନେପାଳର ଉତ୍ତର ସୀମାରେ ଚୀନ ୧୦ଟି ସ୍ଥାନରେ ୩୬  ହେକ୍ଟର ଜମି କବଜା କରି ନେଇଛି। ନେପାଳି କୃଷି ମନ୍ତ୍ରଣାଳୟ ଦ୍ଵାରା ଜାରି ସର୍ଭେ ଦସ୍ତାବିଜ ଅନୁଯାୟୀ, ଚୀନ ଉତ୍ତର ସୀମାର ୧୦ଟି ସ୍ଥାନରେ ନେପାଳର ୩୬ ହେକ୍ଟର ଜମି ଉପରେ କବଜା କରିଛି। ବିଶେଷଜ୍ଞଙ୍କ ମତରେ ଚୀନ ‘ସଲାମୀ-ସ୍ଲାଇସିଙ୍ଗ ନୀତି’ର ବ୍ୟବହାର ଅନ୍ୟ ଦେଶର ଭୂମି କାଟିବା ପାଇଁ କରୁଛି। ଭାରତ ସହିତ ଚୀନର ସୀମା ବିବାଦ ସାର୍ବଜନୀନ। ମାତ୍ର ଏବେ ଚୀନ ନେପାଳର ଜାଗା ହଡପ କରିବାରେ  ଜୁଟି ଯାଇଛି।

ସଲାମୀ ସ୍ଲାଇସିଙ୍ଗ ରଣନୀତି ଚୀନର ଏକ ବୁଝି ବିଚାରି ଷଡଯନ୍ତ୍ର। ଏହି ରଣନୀତି ଆଧାରରେ ଚୀନ ବହୁତ ବଡ କାର୍ଯ୍ୟାନୁଷ୍ଠାନ କରିବା ପୂର୍ବରୁ ଛୋଟ ଛୋଟ କାର୍ଯ୍ୟାନୁଷ୍ଠାନ ନେଇଥାଏ। ସରଳ ଭାଷାରେ କହିବାକୁ ଗଲେ ଚୀନ ସଲାମୀ ସ୍ଲାଇସିଙ୍ଗ ନୀତିର ଅର୍ଥ ହେଉଛି ପଡୋଶୀ ଦେଶ ବିରୋଧରେ ଛୋଟ ଛୋଟ ସୈନ୍ୟ ଅପରେସନ କରାଯାଇ ଧିରେ ଧିରେ ବଡ ଅଞ୍ଚଳ କବଜା କରିବା। ଏମିତି ଅପରେସନ ଏତେ ଛୋଟ ସ୍ତରରେ କରାଯାଏ ଯେ ଏଥିରେ ଯୁଦ୍ଧ ଆଶଙ୍କା ବି ରହେ ନାହିଁ। ପଡୋଶୀ ବୁଝିବାରେ ମୁସ୍କିଲ ହୋଇଯାଏ ଯେ, ଏହାର ଜବାବ କେମିତି ଏବଂ କେଉଁ ଢଙ୍ଗରେ ଦିଆଯିବା ଉଚିତ୍।