ବଣାଇ, ୩୦/୦୮: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନାର ASI ମଦନ ମୋହନ ମହାନ୍ତ। ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଏକ ମାମଲା ରଫାଦଫା କରିବା ପାଇଁ ASI ମଦନ ମୋହନ ମହାନ୍ତ ଲାଞ୍ଚ ଟଙ୍କା ଦାବି କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଏହି ସମୟରେ ୨୦ ହଜାର ଟଙ୍କା ନେଉଥିବା ବେଳେ ASIଙ୍କୁ ଧରିଥିଲା ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍।
ଏହାପରେ ଭିଜିଲାନ୍ସ ପକ୍ଷରୁ ମଦନ ମୋହନ ମହାନ୍ତଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ମହୁଲଡିହା ସ୍ଥିତ ତାଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଏକକାଳୀନ ଭାବେ ଯାଞ୍ଚ ଚାଲିଛି।