୭ ଦିନ ବଢିଲା ଧାନ ପଞ୍ଜୀକରଣ ଅବଧି

ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର, ୩୦/୦୮: ରାଜ୍ୟରେ ୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି। ଏ ନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଆସନ୍ତାକାଲି ପଞ୍ଜୀକରଣ ଅବଧି ଶେଷ ହେଉଥିବା ବେଳେ ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଅବଧି ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି।

ଏଯାବତ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ନେଟୱାର୍କ ସମସ୍ୟା ଯେଉଁଠି ରହିଛି, ବୈଷୟିକ ଟିମ୍ ସହ ଆଲୋଚନା ହୋଇ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।