ସାଉଦୀ କ୍ରାଉନ ପ୍ରିନ୍ସଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୁଳନା କରିଛି ଆମେରିକା

ନୂଆଦିଲ୍ଲୀ ୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ସାଉଦୀ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ସଲମାନଙ୍କ ସହ ତୁଳନା କରିଛି। ଏହାକୁ ନେଇ ଭାରତ ପ୍ରତିକ୍ରିୟା ପ୍ରକାଶ କରିଛି। ଏ ନେଇ ଆମେରିକାର ବୟାନକୁ ଭାରତ ସରକାର ଅପ୍ରାସଙ୍ଗିକ ଓ ଅନାବଶ୍ୟକ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସାଉଦୀ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଆମେରିକାରେ ଦିଆଯାଇଥିବା ଆଇନଗତ ସୁରକ୍ଷା ଓ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯାଇଥିବା ଆଇନଗତ ପ୍ରତିରକ୍ଷାର ଆମେରିକା ତୁଳନା କରିଛି।

ଏ ନେଇ ଆମେରିକା ବିଦେଶ ମନ୍ତ୍ରାଳୟଙ୍କ ବୟାନ ଉପରେ ଭାରତ ଘୋର ଆପତ୍ତି କରିଛି। ଭାରତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ଭାରତ ଓ ଆମେରିକା ସମ୍ପର୍କ ଏବେ ବେଶ୍ ଉତ୍ତମ, ତେବେ ଏହା ବୁଝି ହେଉନି ସେ ସମୟରେ ଆମେରିକାର ବୟାନ କିପରି ପ୍ରସଙ୍ଗିକ ଓ ଜରୁରି ଥିଲା।

ଭାରତ ବିଦେଶମନ୍ତ୍ରାଳୟ କହିଛନ୍ତି ଯେ ଏବେ ଉଭୟ ଦେଶଙ୍କ ଶକ୍ତିରେ ବୃଦ୍ଧି ହେଉଛି ଓ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ତତ୍ପର। ଏହା ସହ ଆମେରିକାର ୟୁଏସ କମିଶନ ଅନ ଇଣ୍ଟରନ୍ୟାସନାଲ ରିଲିଜିୟସ ଫ୍ରିଡମ (ୟୁଏସସିଆଇଆରଏଫ)ର କଣ୍ଟ୍ରି ଅପଡେଟକୁ ଭାରତ ଟାର୍ଗେଟ କରିଛି। ଯେଉଁଥିରେ ଭାରତ ସରକାରଙ୍କ ଉପରେ ଧାର୍ମିକ ସ୍ୱତନ୍ତ୍ରତାର ଉଲ୍ଲଂଘନରେ ସାମିଲ ହେବା ଅଥବା ଏହାକୁ ସହ୍ୟ କରିବାର ଅଭିଯୋଗ କରାଯାଇଛି।