ନୂଆଦିଲ୍ଲୀ, ୦୬/୦୯: ଡୋମିନିକାନ୍ ରିପବ୍ଲିକର ଜୋହେରି ମୋଲା ବିଶ୍ୱ ସୁନ୍ଦରୀ ମୁକୁଟ ଲାଭ କରିଛନ୍ତି। ସେପ୍ଟେମ୍ବର ୫ରେ ଭିଏତନାମର ନହା ଟ୍ରାଙ୍ଗରେ ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ମିସ୍ ୱାର୍ଲ୍ଡ ୨୦୨୬ ମୁକୁଟ ପିନ୍ଧିଛନ୍ତି ଜୋହେରି ଭୋଲା।
ଜୋହେରି ମୋଲା ୧୧୦ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ। ସ୍ପେନର ଏଲିଜାବେଥ୍ ରେନ୍ସ ଆଲାବର୍ଣ୍ଣ ପ୍ରଥମ ରନର୍ସ-ଅପ୍ ହୋଇଥିବା ବେଳେ ମାଲେସିଆର ତାନୁସିଆ ଚେଟି ଦ୍ୱିତୀୟ ରନର୍ସ-ଅପ୍ ହୋଇଥିଲେ। ମୋଲା ୨୦୨୫ ମସିହାରେ ମିସ୍ ୱାର୍ଲ୍ଡ ଟାଇଟଲ ଜିତିଥିବା ଥାଇଲ୍ୟାଣ୍ଡର ଓପାଲ ସୁଚାତାଙ୍କ ସ୍ଥାନ ନେଇଛନ୍ତି।
ଜୋହେରି ମୋଲା ଜଣେ ସମର୍ପିତ ଶିକ୍ଷୟିତ୍ରୀ, ଓକିଲ ଏବଂ ସାମାଜିକ ପ୍ରବକ୍ତା, ୟୁନିଭର୍ସିଡାଡ୍ ଆଇବେରୋଆମେରିକାନାରୁ ବିଜନେସ ମ୍ୟାନେଜମେଣ୍ଟ ଆଣ୍ଡ ଆଡମିନିଷ୍ଟ୍ରେସନରେ ଡିଗ୍ରୀ ହାସଲ କରିଛନ୍ତି। ସେ ଭଏସେସ୍ ଅଫ୍ ଟୁମରୋର ପ୍ରତିଷ୍ଠାତା।
ଏହି ସମୟରେ, ମିସ୍ ୱାର୍ଲ୍ଡ ୨୦୨୬ ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ , ମଧ୍ୟପ୍ରଦେଶର ଉଜ୍ଜୟିନର ଅଭିନେତ୍ରୀ ଏବଂ ନାଟ୍ୟ କଳାକାର ନିକିତା ପୋରୱାଲ । ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୪ ମୁକୁଟ ପିନ୍ଧିଥିଲେ। ସେ ମିସ୍ ୱାର୍ଲ୍ଡ ମଞ୍ଚରେ ଆସିବା ପୂର୍ବରୁ ଥିଏଟରରେ ବ୍ୟାପକ ଭାବରେ କାମ କରିଛନ୍ତି, ନାଟକ ଲେଖିଛନ୍ତି ଏବଂ ଅଭିନୟ କରିଛନ୍ତି। ପୋରୱାଲ ପ୍ରତିଯୋଗିତାର ଶ୍ରେଷ୍ଠ ୪୦ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।