ତାରିଣୀ ବସ୍ତ୍ରାଳୟରେ ଜିଏସ୍‌ଟି ରେଡ୍‌, ଏକାସଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ଵର: ତାରିଣୀ ବସ୍ତ୍ରାଳୟରେ ଜିଏସ୍‌ଟି ରେଡ୍‌ । ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟରେ ଜିଏସ୍‌ଟି ପକ୍ଷରୁ ରେଡ୍‌ ଚାଲିଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।

ସେହିପରି ତାରିଣୀ ବସ୍ତ୍ରାଳୟର ସୋ ରୁମ୍, ଗୋଦାମ ଘର, କେଦାର ଲେନ୍ ଏବଂ ବନମାଳୀପୁରରେ ଥିବା ବାସଭବନରେ ରେଡ୍ ଚାଲିଛି। ଏହି ଚଢାଉରେ ୨୦ ଜଣ ଅଧିକାରୀ ସାମିଲ ଥିବା ଜଣାପଡିଛି।