ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗାର, ଘଟଣାରେ ଦୁଇ ଭାଇ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନା ଧରୁନି ଧଳା ଜହର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେବାରେ ଲାଗିଛି ଧଳା ଜହର । ଯାହା କି ଏବେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ୟୁନିଟ୍ ୮ ନାରାୟଣୀ ବସ୍ତିରୁ ୨୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଏଥି ସହିତ କାଳିଆ ମହାନ୍ତି ଓ ବାଲିଆ ମହାନ୍ତି ନାମକ ଦୁଇ ଭାଇଙ୍କୁ ଗିରଫ କାଯାଇଛି ।

ଏମାନଙ୍କ ନିକଟରୁ ୧୫ ହଜାର ଟଙ୍କା ସହିତ ଏକ ନୂଆ ସ୍କୁଟି ଜବତ କରାଯାଇଛି । ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଏମାନେ ରାଜଧାନୀରେ ବିଭିନ୍ନ ବର୍ଗର ଲୋକଙ୍କୁ ବିକ୍ରି କରୁଥିଲେ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଡିଏସପି ଦେବାଶିଷ ଦାସ କହିଛନ୍ତି ।