ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଅଫତାବକୁ ଆଜି ଅପରାହ୍ନରେ ବିଚାରବିଭାଗୀୟ ହାଜକୁ ପଠାଇଲେ ଦିଲ୍ଲୀ କୋର୍ଟ। ହତ୍ୟାମାମଲାରେ ଅଧିକ ପଚରାଉଚରା ପାଇଁ ଅଫତାବକୁ କଷ୍ଟୁଡିରେ ନେବାକୁ ପୁଲିସ ଆବେଦନ କରିଥିଲା। ହେଲେ କୋର୍ଟ ତାଙ୍କୁ ବିଚାର ବିଭାଗୟୀ ହାଜତକୁ ପଠାଇ ଦେଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କୁ ତିହାର ଜେଲ୍କୁ ନିଆଯାଇପାରେ ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ଅଫ୍ତାବ ଆଜି ଭିଡିଓ କନଫରେନ୍ସିଂରେ କୋର୍ଟରେ ହାଜର ହୋଇଥିଲା। ମେଡିକାଲ ଚେକ୍ଅପ ପାଇଁ ତାଙ୍କୁ ଆମ୍ବେଦକର ହସ୍ପିଟାଲ ନିଆଯାଇଥିଲା। ହସପିଟାଲରୁ ହିଁ ସେ ଡାକ୍ତରଖାନାରୁଁ ହିଁ ସେ କୋର୍ଟରେ ହାଜର ହୋଇଥିଲା।
ସୂଚନା ଥାଉକି, ଶ୍ରଦ୍ଧା ଓ ଅଫ୍ତବା ଏକ ଡେଟିଂ ଆପ୍ରେ ପରସ୍ପରକୁ ଭେଟିଥିଲେ। ୨୦୧୯ ପର୍ଯ୍ୟନ୍ତ ସେମାନେ ଏକା ସାଙ୍ଗରେ ରହିଥିଲେ। ଚଳିତ ବର୍ଷ ମେ ୮ ତାରିଖରେ ଦୁଇଜଣ ମୁମ୍ବାଇରୁ ଦିଲ୍ଲୀକୁ ଆସିଥିଲେ। ଏହାର ୧୦ ଦିନ ପରେ ମେ ୧୮ ତାରିଖରେ ଅଫତାବ ଶ୍ରଦ୍ଧାଙ୍କ ବେକ କାଟି ହତ୍ୟା କରିବା ପରେ ତାଙ୍କୁ ୩୫ ପିସ୍ରେ କାଟିଥିଲା।
ଏହି ମାମଲାରେ ତଦନ୍ତ ଜାରି ରହିଛି। ତେବେ ସୋମବାର ଅଫତାବର ଆମ୍ବେଦକର ହସ୍ପିଟାଲରେ ନାର୍କୋ ଟେଷ୍ଟ କରାଯାଇପାରେ ବୋଲି ଦିଲ୍ଲୀ ପୁଲିସର ଜଣେ ବରିଷ୍ଟ କର୍ମଚାରୀ ଓ ଫରେନ୍ସିକ୍ ସାଇନ୍ସ ଲାବୋରୋଟେରୀ(FSL)ର ସଦସ୍ୟ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ହସ୍ପିଟାଲ୍ରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏଫ୍ଏସ୍ଏଲ୍ ଟିମ ଉପସ୍ଥିତ ଥିଲା। ପରୀକ୍ଷା ପରେ ନାର୍କୋ ଟେଷ୍ଟ ପାଇଁ ସେ ଫିଟ୍ ଥିବା ପୁଲିସ କହିଛି।