ଅପରେସନ୍ ‘ଅନ୍ବେଷଣ’: ୧୦୧ ଶିଶୁ ଉଦ୍ଧାର

୧୭ ରାଜ୍ୟରେ ୧୭ ଟିମ୍‌ର ଚଢ଼ାଉ

ଭୁବନେଶ୍ୱର, ୧୦/୦୯: ନିଖୋଜ ଓ ଚାଲାଣ ହୋଇଥିବା ଶିଶୁଙ୍କ ସନ୍ଧାନରେ ଓଡ଼ିଶା ପୋଲିସର ବଡ଼ ଅଭିଯାନ। ‘ଅପରେସନ୍ ଅନ୍ବେଷଣ’ ଅଧୀନରେ ସପ୍ତାହେ ବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ୧୭ଟି ରାଜ୍ୟରେ ଚଢ଼ାଉ କରି ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ଓଡ଼ିଶା ପୋଲିସର ୧୭ଟି ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ରାଜ୍ୟରେ ପହଞ୍ଚି ନିଖୋଜ ଶିଶୁଙ୍କୁ ଠାବ କରିଛନ୍ତି। ପ୍ରତ୍ୟେକ ଟିମ୍‌ରେ ପୋଲିସ କର୍ମଚାରୀଙ୍କ ସହ ମହିଳା ଓ ଶିଶୁ ବିକାଶ ବିଭାଗର ଲିଗାଲ୍-କମ୍-ପ୍ରୋବେସନ୍ ଅଫିସରଙ୍କୁ ସାମିଲ କରାଯାଇଥିଲା। ଏହି ଅଭିଯାନ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିଥିଲା।

ସୂଚନା ଅନୁସାରେ, ଏହି ଅଭିଯାନରେ ମୋଟ ୧୦୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ୪୮ ଜଣ ନାବାଳିକା ଥିବା ଜଣାପଡ଼ିଛି। ଉଦ୍ଧାର ଶିଶୁଙ୍କ ମଧ୍ୟରୁ ୧୧ ଜଣଙ୍କୁ ଅପହରଣ କରାଯାଇଥିଲା।

ଏହି ସ୍ୱତନ୍ତ୍ର ଅଭିଯାନରେ ପଶ୍ଚିମବଙ୍ଗରୁ ସର୍ବାଧିକ ୩୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

ଚଳିତ ବର୍ଷ ଜାନୁଆରୀରେ ‘ଅନ୍ବେଷଣ-୨’ ଅଧୀନରେ ୧୦ ଦିନରେ ୫,୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା, ଯେଉଁଥିରେ ୭୮୬ ଜଣ ଶିଶୁ ଓ ୪,୬୬୫ ଜଣ ମହିଳା ଥିଲେ