ଡ୍ରଗ୍ସ ମାଫିଆଙ୍କ ଦୌରାତ୍ମ୍ୟ; ପୋଲିସକୁ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ

୨ ଗିରଫ, ୩ ଫେରାର

ଜଗତସିଂହପୁର, ୧୩/୦୯: ଡ୍ରଗ୍ସ ମାଫିଆଙ୍କ ଦୌରାତ୍ମ୍ୟ। ପୋଲିସକୁ ଆକ୍ରମଣ କରି ଆହତ କଲେ ଡ୍ରଗ୍ସ ମାଫିଆ। ଜଗତସିଂହପୁର ଜିଲ୍ଲା କଲେଜ ଛକ ନିକଟରେ ପୋଲିସ୍‌ ପାଟ୍ରୋଲିଂ ଗାଡ଼ିକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ।

ଗାଡ଼ି ଖାନତଲାସ ବେଳେ କାର୍‌ ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ ଡ୍ରଗ୍ସ ମାଫିଆ। ଆକ୍ରମଣରେ କନେଷ୍ଟବଳ ନିତ୍ୟାନନ୍ଦ ସେନାପତି ଆହତ ହୋଇଛନ୍ତି। ତେବେ କୁଖ୍ୟାତ ଡ୍ରଗ୍ସ ମାଫିଆ ଭିକି ପରିଜା ଓ ଜାକି ପରିଜାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୩ ଅଭିଯୁକ୍ତ ଫେରାର୍‌ ହୋଇଯାଇଛନ୍ତି। ବର୍ଷକ ତଳେ ଏହି ଡ୍ରଗ୍ସ ମାଫିଆଙ୍କ ନିକଟରୁ ପ୍ରାୟ ୩ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା।