ଦୁବାଇରୁ ଦିଲ୍ଲୀ ଫେରିଲେ ମୁଖ୍ୟମନ୍ତ୍ରୀ

୨ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ ଧରି ଦୁବାଇରୁ ଫେରିଲେ

ନୂଆଦିଲ୍ଲୀ, ୧୩/୦୯: ଦୁବାଇରୁ ଦିଲ୍ଲୀ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀ ଫେରି ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିବା ସମ୍ଭାବନା ରହିଛି।ଭାରତ ମଣ୍ଡପମ୍ ରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଯୋଗ ଦେବାକୁ ଡକାଯାଇଥିଲା। ତେଣୁ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଇଥିବାର ଆଶା କରାଯାଉଛି।

ସୂଚନାଯୋଗ୍ୟ, ଦୁବାଇରେ ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ୨ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ ଧରି ଦୁବାଇରୁ ଫେରିଛନ୍ତି। ୮ଟି ଏମଓୟୁ ସହ ୧୬ଟି ନିବେଶ ପ୍ରସ୍ତାବ ସ୍ବାକ୍ଷର କରିଥିଲେ।