ପଶ୍ଚିମବଙ୍ଗରେ ବନ୍ଦ ହେବ ୨୫୨ ମଦ୍ରାସା

୧୦୦ଟି ଅନ୍ୟ ମଦ୍ରାସାକୁ କାରଣ ଦର୍ଶାଅ ନୋଟିସ୍ ଜାରି

କୋଲକାତା, ୧୪/୦୯: ପଶ୍ଚିମବଙ୍ଗରେ ମଦ୍ରାସାଗୁଡ଼ିକୁ ନେଇ ଶୁଭେନ୍ଦୁ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟରେ ଏକ ସ୍ୱତନ୍ତ୍ର ସର୍ଭେ କରାଯିବା ପରେ ସରକାର ଆକ୍ସନ୍‌ ମୋଡ୍‌କୁ ଆସିଥିବା ଦେଖିବାକୁ ମିଳିଛି। ଏହି ଯାଞ୍ଚ ପ୍ରକ୍ରିୟା ପରେ ନିୟମାବଳୀ ଉଲ୍ଲଂଘନ କରି ଚାଲୁଥିବା ମଦ୍ରାସାଗୁଡ଼ିକ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସର୍ଭେ ସମୟରେ ୨୫୨ଟି ମଦ୍ରାସା ସମ୍ପୂର୍ଣ୍ଣ ଭାବେ ଅଣସ୍ୱୀକୃତିପ୍ରାପ୍ତ ଥିବା ଜଣାପଡ଼ିଥିଲା। ଏହିସବୁ ପ୍ରତିଷ୍ଠାନଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟ ୧୦୦ଟି ମଦ୍ରାସାର କାର୍ଯ୍ୟକଳାପ ଓ କାଗଜପତ୍ରରେ ତ୍ରୁଟି ଦେଖାଯିବା ପରେ ସେଗୁଡ଼ିକୁ “କାରଣ ଦର୍ଶାଅ” ନୋଟିସ୍ ପଠାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ନଦେଲେ ଏଗୁଡ଼ିକ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯାଞ୍ଚ ବେଳେ ଜଣାପଡ଼ିଛି ଯେ ଅନେକ ମଦ୍ରାସା ନିକଟରେ ଚଲାଇବା ପାଇଁ ଆବଶ୍ୟକୀୟ ସରକାରୀ ଅନୁମତି, ପଞ୍ଜୀକରଣ କିମ୍ବା ଆଇନଗତ ନଥିପତ୍ର ନଥିଲା।

ସରକାରଙ୍କ ଏହି ସର୍ଭେ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ବେଆଇନ ଭାବେ ଚାଲୁଥିବା ପ୍ରତିଷ୍ଠାନଗୁଡ଼ିକ ଉପରେ ରୋକ୍ ଲଗାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।