ପୂର୍ବତନ ଚୀନ୍ ରାଷ୍ଟ୍ରପତି ଜିଆଙ୍ଗ ଜେମିନ୍ଙ୍କର ପରଲୋକ ହୋଇଛି। ସେ ତାଙ୍କ ଗୃସହର ସଂଘାଇରେ ବୁଧବାର ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨ଟା ୧୩ ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜିଆଙ୍ଗ ଜେମିନ ଲ୍ୟୁକୋମିଆରେ ପୀଡ଼ିତ ଥିଲେ। ଏଣୁ ତାଙ୍କର କେତେକ ଅଙ୍ଗ ଅଚଳ ହୋଇପଡିଥିଲା। କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି, ସଂସଦ, କ୍ୟାବିନେଟ୍ ଓ ସେନା ପତ୍ର ଲେଖି ଚୀନ ଜନତାଙ୍କୁ ତାଙ୍କ ପରଲୋକ ଖବର ଦେଇଛନ୍ତି।
ଏହି ପତ୍ରରେ କମ୍ରେଡ ଜିଆଙ୍ଗ ଜେମିନଙ୍କ ପରଲୋକ ଆମ ପାର୍ଟି, ଆମ ସେନା ଓ ସବୁ ଜାତୀୟ ସମୂହ ଲାଗି ଏକ ଅପୁରଣୀୟ କ୍ଷତି ବୋଲି ଉଲ୍ଲେଖ କରାଯାଇଛି। ପତ୍ରରେ ଜିଆଙ୍ଗ ଜେମିନ୍ଙ୍କୁ ଜଣେ ଉତ୍କୃଷ୍ଟ ନେତା, ଜଣେ ମହାନ ମାର୍କସ୍ବାଦୀ, ରାଜନେତା, ସୈନ୍ୟ ରଣନୀତିକାର ଓ କୂଟନୀତିଜ୍ଞ ଭାବେ ବର୍ଣ୍ଣନା କରାଯାଇଛି। ଜିଆଙ୍ଗ ଜେମିନ୍ଙ୍କୁ ୧୯୮୯ ତିଆନମେନ୍ ସ୍କୋୟାର କାଣ୍ଡ ପରେ ଚୀନ୍ର ନେତୃତ୍ୱ ଲାଗି ଚୟନ କରାଯାଇଥିଲା। ସେ ପାଖାପାଖି ଏକ ଦଶନ୍ଧୀ ପର୍ଯ୍ୟନ୍ତ ଚୀନ୍ ଶାସନ କରିଥିଲେ।