ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶେଷ ପର୍ଯ୍ୟାୟରେ କାମ

ପୁରୀ: ଆଉ କିଛି ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଣୁ ନିର୍ମାଣକାରୀମାନେ ରଥରେ ଦେଉଛନ୍ତି ଶେଷ ସ୍ପର୍ଶ । ମଙ୍ଗଳବାର କୋଠସୁଆଁସିଆ ସେବକମାନେ ରଥ ପ୍ରସ୍ତୁତିରେ ଯୋଗ ଦେଇଛନ୍ତି ।

ତିନି ରଥରେ କନାମଣ୍ଡଣି ଆରମ୍ଭ ହୋଇଛି ।ଦରଜିସେବକଙ୍କ ଦ୍ୱାରା ତିଆରି କରାଯାଇଥିବା ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଉଛନ୍ତି । ଏଥିସହ ରଥରେ ଠେକରା ବାଡ଼ ବୁଲିଛି । ବୁଧବାର ରଥରେ ପ୍ରଭା ସ୍ଥାପନ ହେବ ।

ମଙ୍ଗଳବାର ଅପରାହ୍ଣରେ ତିନି ରଥରେ ଦୁଆରଘଡ଼ାରେ କନା ପଡ଼ିବା ଆରମ୍ଭ ହୋଇଛି । ପ୍ରଥମେ ତାଳଧ୍ୱଜ ରଥରେ ସବୁଜ ଓ ନାଲି କନା ପଡ଼ିବା ପରେ ନନ୍ଦିଘୋଷରେ ହଳଦିଆ ଓ ନାଲି ଏବଂ ଦେବୀ ରଥରେ କଳା ଓ ନାଲି ରଙ୍ଗ କନା ଲାଗିବା ଆରମ୍ଭ ହୋଇଛି ।

ତାଳଧ୍ୱଜରେ ସବୁଜ ରଙ୍ଗର, ନନ୍ଦିଘୋଷରେ ହଳଦିଆ ଓ ଦେବୀ ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି । ତିନି ରଥରେ ସଖୀଙ୍କୁ ସ୍ଥାପନ କରାଯାଇଛି । ପ୍ରଭା କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକର ।