‘ଭୋଟିଂ ଦିନ ରୋଡ ଶୋ’କୁ ନଥାଏ ଅନୁମତି, କିନ୍ତୁ ପିଏମ୍ ମୋଦୀ ଏବଂ ତାଙ୍କ ଦଳ…’

ନୂଆଦିଲ୍ଲୀ: ଅହମଦାବାଦରେ ଭୋଟ ଦେବା ପାଇଁ ପହଞ୍ଚିଥିବା ପିଏମ ମୋଦୀଙ୍କ କାରକେଡକୁ ବିରୋଧୀ ଆଚରଣ ସହିଂତାର ଉଲ୍ଲଂଘନ ବୋଲି କହିଛନ୍ତି । ଗୋଟିଏ ପଟେ କଂଗ୍ରେସ କହିଛି ଯେ ଗୁଜରାଟ ନିର୍ବାଚନର ସମୟରେ ବିଜେପି ଅନେକ ଥର ନିର୍ବାଚନ ଆଚରଣ ବିଧିର ଧଜ୍ଜିଆ ଉଡାଉଛି । ଏହାପରେ ବି ନିର୍ବାଚନ ଆୟୋଗ ଚୁପ ଅଛନ୍ତି । କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ମୌନ ରହିବା ଗଣତନ୍ତ୍ର ପାଇଁ ବିପଦର ଘଣ୍ଟି । କଂଗ୍ରେସ ଏହା ଉପରେ ଆଇନଗତ ଦୃଷ୍ଟିକୁ ନେଇ ଚର୍ଚ୍ଚା କରୁଛି । ଏହାପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

ପବନ ଖେଡା କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭୋଟ ଦେବାକୁ ଯାଉଛନ୍ତି । ଅଢେଇ ଘଣ୍ଟାରୁ ଅଧିକ ସମୟ ଯାଏ ସବୁ ଚ୍ୟାନେଲ ଏହାର ପ୍ରସାରଣ କରୁଥିଲେ । ଏହା ପରେ ବି ନିର୍ବାଚନ ଆୟୋଗ ବିଜେପିକୁ କିଛି କହୁ ନାହିଁ’ । ଖେଡା କହିଛନ୍ତି, ଭୋଟିଂ ଜାରି ରହିଛି ଏବଂ ଏହି ସମୟରେ ରୋଡ ଶୋ କରାଯାଉଛି । ଏହାକୁ ନେଇ ଆଇନଗତ ଦୃଷ୍ଟିରୁ ଚର୍ଚ୍ଚା କରାଯାଉଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସବୁ ବିଜେପି ନେତାଙ୍କୁ ନିଶାନା କରିଛନ୍ତି । ସେ ପିଏମ ମୋଦୀ ଏବଂ ବିଜେପି ନେତାଙ୍କୁ ଭିଭିଆଇପି କହିବା ସହ ଏହିମାନେ କିଛି କରି ପାରିବେ ବୋଲି କହିଛନ୍ତି । ମମତା ବାନାର୍ଜୀ କହିଛନ୍ତି, ‘ଭୋଟିଂ ଦିନ ରୋଡ ଶୋ ପାଇଁ ଅନୁମତି ନଥାଏ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଦଳ ଭିଭିଆଇପି କିଛି ବି କରିପାରିବେ ଏବଂ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ’।