ପୁରୁଣା ପେନସନ ଯୋଜନା ଲାଗୁ କରିବା ପ୍ରଥମ କାମ: ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖୁ

ଶିମଲା: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ସୁଖବିନ୍ଦର ସିଂହ ସୁଖୁ ଶପଥ ନେଇଛନ୍ତି | ଶପଥ ନେବା ପରେ ସେ କହିଛନ୍ତି ଯେ ଆମେ ଜନତାଙ୍କୁ ୧୦ଟି ଗ୍ୟାରେଣ୍ଟି ଦେଇଛୁ ଏବଂ ଆମେ ଏହାକୁ କାର୍ଯ୍ୟକାରୀ କରିବୁ।କ୍ୟାବିନେଟର ସମ୍ପ୍ରସାରଣ ପରେ ପ୍ରଥମେ କେଉଁ ଗ୍ୟାରେଣ୍ଟି ଯୋଜନା ପ୍ରଥମେ କରାଯିବ ତାହା ସ୍ଥିର ହେବ। ଆମେ ଏକ ସ୍ୱଚ୍ଛ ଏବଂ ସଚ୍ଚୋଟ ସରକାର ଦେବୁ। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ କ୍ୟାବିନେଟ ବୈଠକରେ ଆମେ ଓପିଏସ୍ (ପୁରୁଣା ପେନ୍ସନ୍ ସ୍କିମ୍) କାର୍ଯ୍ୟକାରୀ କରିବୁ। ଆମେ ଦେଇଥିବା ସମସ୍ତ ପ୍ରତିଜ୍ଞା ପୂରଣ ହେବ | ରବିବାର ଦିନ ବିରୋଧୀ ଦଳର ପୂର୍ବତନ ନେତା ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।