ଯୁଦ୍ଧ ଛାଡ଼ି ଆଲୋଚନା କରିବାକୁ ପୁଟିନକୁ ପୁଣି କହିଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରଦିନ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ଉଭୟ ନେତା ଦ୍ବିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ, ସୁରକ୍ଷା ସହଯୋଗ, ତୈଳ କାରବାର ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ପୁଣି ଥରେ ମୋଦୀ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ଓ କୂଟନୈତିକ ପନ୍ଥା ଗ୍ରହଣ କରିବାକୁ ପୁଟିନଙ୍କୁ କହିଥିଲେ ।

ମୋଦୀ ମଧ୍ୟ ଭାରତର ଜି-୨୦ ସଭାପତିତ୍ବ କଥା ଉଠାଇବା ସହ ଏହି ଅବସରରେ ଭାରତ କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦେବ ତାହା ମଧ୍ୟ କହିଥିଲେ ।