ବେଜିଂ: ଚୀନ୍ରେ କୋଭିଡ-୧୯ ନିୟମକୁ କୋହଳ କରାଯିବା ପରେ ସେଠାରେ ସଂକ୍ରମଣ ସ୍ଥିତି ବିଗିଡ଼ି ଯାଇଛି। ଡାକ୍ତରଖାନାରେ କରୋନା ରୋଗୀଙ୍କ ସଂଖ୍ୟା ଏପରି ମାତ୍ରାରେ ବଢ଼ିଛି ଯେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି ବୋଲି ମହାମାରୀ ବିଶେଷଜ୍ଞ ତଥା ସ୍ବାସ୍ଥ୍ୟ ଅର୍ଥନୀତିଜ୍ଞ ଏରିକ ଫିଗିଲ୍ ଡିଙ୍ଗ୍ କହିଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଚୀନର କରୋନା ସ୍ଥିତିକୁ ନେଇ କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଛି।
ଯାହାକୁ ଦେଖି ଲୋମମୂଳ ଟାଙ୍କୁରି ଉଠୁଛି। ଭାଇରାଲ ହୋଇଥିବା ଭିଡିଓ ଚୀନର ଚୋଙ୍ଗକିଙ୍ଗ ସହରର ବୋଲି ଜଣାପଡ଼ିଛି। ଏଠାରେ ଥିବା ହସ୍ପିଟାଲର ପରିସ୍ଥିତିର ଭୟାବହ ଦୃଶ୍ୟ ସାମ୍ନାକୁ ଆସିଛି।
ଚୋଙ୍ଗକିଙ୍ଗର ଏକ ହସ୍ପିଟାଲର ଜରୁରୀକାଳିନ ବିଭାଗର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି, ରୋଗୀ ଚଟଣାର ଏଣେତେଣେ ପଡ଼ିଥିବା ବେଳେ ଡାକ୍ତର ସେମାନଙ୍କୁ ସିପିଆର ଦେଉଛନ୍ତି।