ମହାରାଷ୍ଟ୍ରର ମହାନାଟକ,ସିନ୍ଦେ ହେବେ ନୂଆ ମୁଖ୍ୟମନ୍ତ୍ରୀ

ମୁମ୍ୱାଇ: ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ଗୁରୁବାର ସଂଧ୍ୟା ୭.୩୦ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ନେତା ଦେବେନ୍ଦ୍ର ଫଡନବିସ ଗୁରୁବାର ଏହି ଘୋଷଣା କରିଛନ୍ତି।

ପୂର୍ବରୁ ଖବର ଥିଲା ଯେ ବିଜେପି ନେତା ଦେବେନ୍ଦ୍ର ଫଡନବିସ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଏବଂ ତାଙ୍କ ସହ ଏକାନାଥ ସିନ୍ଦେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। ଏହା ପୂର୍ବରୁ ଖବର ଥିଲା ଯେ, ଶୁକ୍ରବାର ଜୁଲାଇ ୧ରେ ଫଡନବିସ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି।