ରାଜଧାନୀରେ ପୁଣି ଫେରିଲା କରୋନା କଟକଣା

ଭୁବନେଶ୍ୱର: ରଜଧାନୀ ଭୁବନେଶ୍ୱରରେ ପୁଣି ଫେରିଲା କରୋନା କଟକଣା । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ କଟକଣା ବଢ଼ାଇଛି । ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତା ପାଇଁ ବିଏମ୍‌ସି କମିଶନର୍‌ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ସପିଙ୍ଗ୍ ମଲ୍‌ ଏବଂ ଦୋକାନ ଗୁଡିକରେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି । ବାହାର କୌଣସି ସ୍ଥାନରେ ଛେପ ପକାଇବାକୁ ବାରଣ କରାଯାଇଛି । ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।