ଏୟାର ଇଣ୍ଡିଆ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ମଦ୍ୟପଙ୍କ ପରିସ୍ରା ପ୍ରଥମ ଘଟଣା ନୁହେଁ; ପ୍ୟାରିସ୍‌-ଦିଲ୍ଲୀ ବିମାନରେ ମଧ୍ୟ ଘଟିଥିଲା ସମାନ ଘଟଣା!

ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ନଭେମ୍ବର ୨୬ରେ ଘଟିଥିବା ଲଜ୍ଜାଜନକ ଘଟଣାର ଦଶ ଦିନ ପରେ ପ୍ୟାରିସ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳରେ ଜଣେ ମଦ୍ୟପ ପୁରୁଷ ଯାତ୍ରୀ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତ ଯାତ୍ରୀ ଲିଖିତ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଧିକାରୀମାନେ ଗୁରୁବାର ଦିନ କହିଛନ୍ତି।

ଏହି ଘଟଣା ଡିସେମ୍ବର ୬ରେ ଏୟାର ଇଣ୍ଡିଆ ବିମାନ ୧୪୨ରେ ଘଟିଥିଲା ଏବଂ ବିମାନର ପାଇଲଟ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ (ଆଇଜିଆଇ) ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)କୁ ଏହି ଘଟଣା ବିଷୟରେ ଜଣାଇଥିଲେ।