ହିମାଳୟରେ ଯବାନଙ୍କ ନିକଟରେ ଜରୁରୀ ସାମଗ୍ରୀ ପହଞ୍ଚାଇବ ଡିଆରଡିଓ ଡ୍ରୋନ

ହିମାଳୟର ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଭାରତର ବୀର ଯବାନଙ୍କ ନିକଟକୁ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ସେନାକୁ ବେଶ କଷ୍ଟ କରିବାକୁ ପଡ଼ିଥାଏ । ପୁଣି ପାଗ ଖରାପ ହେଲେ କିମ୍ବା ଭୂସ୍ଖଳନ ହେଲେ ଜରୁରୀ ସାମଗ୍ରୀ ଯୋଗାଣ କରିବା ଆହୁରି କଷ୍ଟକର ହୋଇଯାଏ ।

ଏହାର ଏକ ସମାଧାନ ବାହାର କରିଛି ପ୍ରତିରକ୍ଷା ଗବେଷଣା ସଂଗଠନ ଡିଆରଡିଓ । ସଂଗଠନ ପକ୍ଷରୁ ଏକ ମାନବ ବିହୀନ ଯାନ ବିକଶିତ କରାଯାଇଛି ଯାହାକି ଆକାଶ ମାର୍ଗରେ ଯାଇ ଯବାନଙ୍କ ନିକଟରେ ଖାଦ୍ୟ ଔଷଧ ଆଦି ଜରୁରୀ ସାମଗ୍ରୀ ପହଞ୍ଚାଇବ । ଏହି ୟୁଏଭିଟି ୫ କିଲୋଗ୍ରାମ ପର୍ଯ୍ୟନ୍ତ ସାମଗ୍ରୀ ବହନ କରିପାରିବ ।