ସାଇବର ଆକ୍ରମଣ ଖବରକୁ ଅସ୍ବୀକାର କଲା ଆମେରିକା, ୨୫୦୦ ଫ୍ଲାଇଟ୍ ବିଳମ୍ବିତ

ଆମେରିକାର ଏୟାର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାରେ ଦେଖାଦେଇଥିବା ବୈଷୟିକ ତ୍ରୁଟି ଏବେ ବି କାଏମ ରହିଛି । ଏହା ଫଳରେ ୨୫ ଶହ ଫ୍ଲାଇଟ ବିଳମ୍ବିତ ହୋଇଛି ଓ ଲକ୍ଷ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ଏହା ଏକ ସାଇବର ଆକ୍ରମଣ ନୁହେଁ ବୋଲି ଆମେରିକା ସରକାର କହିଛନ୍ତି ।

ଏହା ସାଇବର ଆକ୍ରମଣ ବୋଲି ମଧ୍ୟ କେତେକ ବିଶେଷଜ୍ଞ ସଂଦେହ କରୁଥିବାବେଳେ ହ୍ବାଇଟ ହାଉସ ପକ୍ଷରୁ ତାହାକୁ ଅସ୍ବୀକାର କରାଯାଇଛି । ସ୍ଥିତିକୁ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରହିଛି ଓ ଜରୁରୀକାଳୀନ ବ୍ୟବସ୍ଥା ସ୍ବରୂପ ପ୍ରମୁଖ ଏୟାରପୋର୍ଟ ସହିତ ହଟଲାଇନ ସଂଯୋଗ ଆରମ୍ଭ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।