ନେପାଳ ବିମାନ ଦୁର୍ଘଟଣା: ନିଖୋଜ ଯାତ୍ରୀଙ୍କୁ ‌ଖୋଜିବା ବେଳେ ଉଦ୍ଧାର ହେଲା ‘ବ୍ଲାକ୍‌ବକ୍ସ୍‌’

ନେପାଳ ବିମାନ ଦୁର୍ଘଟଣା ପରେ ନିଖୋଜ ହୋଇଯାଇଥିବା ଯାତ୍ରୀଙ୍କ ସନ୍ଧାନ ଅଭିଯାନ ଆଜି ସକାଳେ ପୁଣି ଥରେ ଆରମ୍ଭ ହେବା ବ‌େଳେ ଉଦ୍ଧାରକାରୀମାନେ ଦୁର୍ଘଟଣାସ୍ଥଳରୁ ବିମାନର ‘ବ୍ଲାକ୍‌ବକ୍ସ୍‌’ ପାଇଥିବା କଥା ଜଣେ ବିମାନ ବନ୍ଦର ଅଧିକାରୀ କହିଛନ୍ତି।

କାଠମାଣ୍ଡୁ ବିମାନ ବନ୍ଦର ଅଧିକାରୀ, ଶେର୍‌ ବାହାଦୁର୍‌ ଠାକୁର କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍‌ବକ୍ସ୍‌’ ମିଳିଛି।

ଉଲ୍ଲେଖଯୋଗ୍ୟ, ‘ବ୍ଲାକ୍‌ବକ୍ସ୍‌’ କୁହାଯାଉଥିବା ‘କକ୍‌ପିଟ୍‌ ଭଏସ୍‌ ରେକର୍ଡର୍‌ ତଥା ଫ୍ଲାଇଟ୍‌ ଡାଟା ରେକର୍ଡର୍‌’ରେ ଥିବା ‘ଡାଟା’ରୁ ବିମାନ ଦୁର୍ଘଟଣାର କାରଣ ନିରୂପଣ କରାଯାଇପାରେ।

ଆଜି ଉଦ୍ଧାର କରାଯାଇଥିବା ‘ବ୍ଲାକ୍‌ବକ୍ସ’ ଭଲ ଅବସ୍ଥାରେ ଥିବାରୁ ପାଗ ଭଲ ଥିବା ସତ୍ତ୍ବେ ଅବତରଣ ପୂର୍ବରୁ ଦୁଇ ଇଞ୍ଜିନ୍‌ବିଶିଷ୍ଟ ବିମାନ ‘ଏଟିଆର୍‌ ୭୨’ କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ନିରୂପଣ କରିବାରେ ତଦନ୍ତକାରୀମାନଙ୍କୁ ସାହାଯ୍ୟ କରିପାରିବ।