ତ୍ରିପୁରାରେ ମମତା କହିଲେ, କଂଗ୍ରେସ ହେଉଛି ବିଜେପିର ‘ଟିମ୍‌ ବି’

ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସକୁ ଟାର୍ଗେଟ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ କଂଗ୍ରେସ ହେଉଛି ବିଜେପିର ‘ଟିମ୍‌ ବି’।

ଫେବ୍ରୁଆରି ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଅନ୍ୟ ରାଜ୍ୟରେ ନିଜ ଦଳ ତୃଣମୂଳର ବିସ୍ତାର କରିବାକୁ ଆଗ୍ରହୀ ଥିବା ମମତା ବାନାର୍ଜୀ ମଙ୍ଗଳବାର ଅଗରତାଲାରେ ଟିଏମସି କର୍ମୀ ଓ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରା କରିଥିଲେ।