ମୋ ଭାଷଣ କାହିଁକି କାଟିଲ ?

ଶିଳ୍ପପତି ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦରେ ଦେଇଥିବା ବୟାନର କେତେକ ଆପତ୍ତିଜନକ ଅଂଶକୁ ସଂସଦର ରେକର୍ଡରୁ କାଟିଦିଆଯିବାକୁ ନେଇ ବିବାଦ ଦେଖାଦେଇଛି । ଏ ନେଇ ଅସନ୍ତୋଷ ପ୍ରକାଶ କରି ରାହୁଲ ପ୍ରଶ୍ନ କରିଛନ୍ତି ଯେ ତାଙ୍କର ଭାଷଣକୁ କାହିଁକି କଟାଗଲା ?

ବୁଧବାରଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ସମୟରେ ସଂସଦରେ ପ୍ରବେଶ କରିବା ସମୟରେ ସାମ୍ବାଦିକମାନେ ରାହୁଲ ଗାନ୍ଧୀଙ୍କୁ ଏକ ପ୍ରଶ୍ନ ପଚାରିବାରୁ ସେ ପ୍ରଶ୍ନ କରିଥିଲେ, “ମୋ କଥା କାହିଁକି ହଟାଇ ଦିଆଗଲା ?

“ମୁଁ ତାଙ୍କୁ ସରଳ ପ୍ରଶ୍ନ ପଚାରିଥିଲି (ଗୌତମ ଆଦାନୀଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ)। ସେ ଏହାର ଉତ୍ତର ଦେଇନଥିଲେ… ଏହା ସତ୍ୟକୁ ପଦାରେ ପକାଇଥାଏ। ଯଦି ସେମାନେ ବନ୍ଧୁ ନଥାନ୍ତେ, ତେବେ ସେମାନେ ତଦନ୍ତ ପାଇଁ ରାଜି ହୋଇଥାନ୍ତେ । ପ୍ରତିରକ୍ଷା କ୍ଷେତ୍ରରେ ସେଲ୍ କଂପାନିଗୁଡ଼ିକର ଅଭିଯୋଗ ଉପରେ ସେ କିଛି କହିନାହାନ୍ତି ।