ବିଜୟ ପଟ୍ଟନାୟକଙ୍କ ବୟାନକୁ ନେଇ ରା‌ଜନୀତି ସରଗରମ

ପୂବର୍ତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ବଦଳି ଯାଇଛନ୍ତି। ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଛି। ବିଧାୟକ ଓ ମନ୍ତ୍ରୀ ବି ଅସହାୟ। କେହି ତାଙ୍କୁ ଭେଟି ପାରୁନାହାନ୍ତି।

କଂଗ୍ରେସରେ ଯୋଗ ଦେଉଦେଉ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ବିଜେଡି ସରକାରରେ କିଛି ଠିକ୍‌ ଚାଲିନଥିବା ନେଇ କହିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜୟଙ୍କ ଏହି ବୟାନକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ବି‌ଜୟ ପଟ୍ଟନାୟକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା।

ଆଜି ବି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମସ୍ତେ ଯାଇପାରୁଛନ୍ତି। କଂଗ୍ରେସରେ ଯୋ‌ଗଦେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। କଂଗ୍ରେସର ଭାରତ‌ ଯୋଡ଼ ଯାତ୍ରା ପରେ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଲୋକ ରାହୁଲ ଗାନ୍ଧୀଙ୍କୁ ଟ୍ରୋଲ୍ କରୁଥିଲେ, କିନ୍ତୁ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଆସିଲା। କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ସାମଗ୍ରିକ ଭାବେ ଓଡ଼ିଶାରେ କିଛି ପରିବର୍ତ୍ତନ ହେବାର ନାହିଁ।