ଜିଓ ଘୋଷଣା କଲା ‘ଭ୍ୟାଲେଣ୍ଟାଇନ ଡେ ଅଫର’

ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କ ପାଇଁ ‘ଭ୍ୟାଲେଣ୍ଟାଇନ ଡେ ଅଫର’ର ଘୋଷଣା କରି ଦେଇଛି। ଏହି ଅଫର ଜରିଆରେ ଜିଓ ୨୪୯,୮୯୯ ଓ ୨,୯୯୯ ପ୍ଲାନ ସହିତ ଅତିରିକ୍ତ ଡାଟା ଓ ଅନେକ କିଛି ସୁବିଧା ଗ୍ରାହକଙ୍କୁ ଭେଟି ଦେଉଛି। ଯଦି ଆପଣ ଭ୍ୟାଲେଣ୍ଟାଇନ ଡେ ପୂର୍ବରୁ ଏଥିମଧ୍ୟରୁ କିଛି ପ୍ଲାନ ନିଅନ୍ତି ତେ‌ବେ ଆପଣଙ୍କୁ ଟେଲିକମ ସହିତ ଅନେକ ଫାଇଦା ମିଳିବ।

ଜିଓର ୩୪୯ ଟଙ୍କା ଏବଂ ୮୯୯ଟଙ୍କାର ପ୍ଲାନ ସହିତ ‘ଭ୍ୟାଲେଣ୍ଟାଇନ ଡେ’ ଅଫର ଜାରି କରାଯାଇଛି। ଏହି ‘ଭ୍ୟାଲେଣ୍ଟାଇନ ଡେ ଅଫର’ ଅନୁଯାୟୀ ଗ୍ରାହକମାନେ ବିନା କୌଣସି ଅତିରିକ୍ତ ଚାର୍ଜରେ ୧୨ ଜିବି ମାଗଣା ଡାଟା ପାଇପାରିବେ। ଜିଓର ଗ୍ରାହକ ମ୍ୟାକଡୋନାଲ୍ଡରୁ ଯଦି ୧୯୯ଟଙ୍କା ଉପରେ କିଛି ଅର୍ଡର କରନ୍ତି ତେବେ ତାଙ୍କୁ ୧୦୫ଟଙ୍କାର ଆଳୁ  ଟିକ୍କି ବର୍ଗର ମାଗଣାରେ ମିଳିବ।

ଏଥିସହିତ ଯଦି ଜିଓ ଗ୍ରାହକ ixigo ବିମାନରୁ ୪,୫୦୦ଟଙ୍କାରୁ ଅଧିକ ଟିକେଟ କାଟିବେ ତେବେ ୭୦୦ଟଙ୍କାର ରିହାତି ମିଳିବ। ଏତଦ ବ୍ୟତୀତ ଫର୍ନସ୍ ଆଣ୍ଡ ପେଟାଲ୍ସରୁ ସପିଂ କଲେ ୧୫୦ ଟଙ୍କାର ରିହାତି କୁପନ୍ ପାଇ ପାରିବେ ଜିଓ ଗ୍ରାହକ।