ତେଲଟାଙ୍କି ଗାଡ଼ିରେ ନିଆଁ ଲାଗି ୪ ଜୀବନ୍ତ ଦଗ୍ଧ

ନୟାଗଡ଼ (ଦର୍ଶନ): ଗତକାଲି ବିଳମ୍ବିତ ରାତିରେ ତେଲଟାଙ୍କି ଫାଟି ୪ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନୟାଗଡ଼ ଇଟାମାଟି ଥାନା ଅନ୍ତର୍ଗତ ବଡ଼ ପଂଡୁସର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ପାରାଦୀପରୁ ତେଲଟାଙ୍କି ଗାଡ଼ି ନୟାଗଡ଼ ଆସିଲା ବେଳେ ଗାଡିରେ ହଠାତ ନିଆଁ ଲାଗିଯାଇଥିଲା। ଫଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସମସ୍ତ ମୃତକ ସାନ ପଂଡୁସର ଗାଁର ବୋଲି ଜଣାପଡିଛି ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ତେଲ ଟାଙ୍କି ଭିତରେ ଦୁଇ ଜଣଙ୍କ ମୃତଦେହ ଥିବାବେଳେ ଦୁଇ ଜଣଙ୍କ ମୃତଦେହ ବାହାର କରାଯାଇ ନୟାଗଡ଼ ମେଡିକାଲକୁ ନିଆଯାଇଛି। ତେବେ କେଉଁ କାରଣରୁ ତେଲଟାଙ୍କି ଗାଡିରେ ନିଆଁ ଲାଗିଲା, କାରଣ ଜଣାପଡିନି। ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର‌୍ୟ୍ୟ ଜାରି ରହିଛି ।