ଆହୁରି ବଢିପାରେ ସଂକ୍ରମଣ, ଏବେଠୁ ଚେତାଇଲେ ବିଶେଷଜ୍ଞ

ଭୁବନେଶ୍ୱରର: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ରାଜ୍ୟରେ ୧୦-୧୫ ଦିନ ମଧ୍ୟରେ ଅଧିକ ମାତ୍ରାରେ ବଢ଼ିପାରେ ସଂକ୍ରମଣ । କାଲି ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ କରାଯାଇଛି । ଯଦି କୌଣସି କଂଗ୍ରୀଗେଶନ ହୋଇଥିବ ତାହା ୧୦-୧୫ ଦିନ ମଧ୍ୟରେ ଜଣାପଡିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।

ସେପଟେ ରାଜ୍ୟରେ ୧୦-୧୫ ଦିନ ହେବ ବଢୁଛି ହେଲେ ପ୍ରୋଗ୍ରେସ ସ୍ଲୋ ଅଛି । ହସ୍ପିଟାଲିଟି ବଢିନାହିଁ କି ଫାଟାଲିଟି ମଧ୍ୟ ବଢ଼ିନାହିଁ । ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ବେଶୀ ବଢୁଛି । ତେଣୁ ଆମେ ଧର୍ଯ୍ୟହରା ହେବା ନାହିଁ । କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।

ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଆଉ ଗୋଟିଏ କାରଣ ହେଉଛି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି । ଯେଉଁଥିରେ ହେଲଥ ୱାର୍କର ମାନେ ବୁଲି ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଖୋଜିବାହାର କରିବା ସହ ସେମାନଙ୍କ ଟେଷ୍ଟ କରାଉଛନ୍ତି । ଅନ୍ୟପଟେ ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ୱତପ୍ରବୃତ ଟେଷ୍ଟ କରନ୍ତୁ ।