କାନପୁର ହିଂସା: ମାସକ ପରେ ୩ ଆଇଆଇସି ଉପରେ ଆକ୍ସନ୍

କାନପୁର: କାନପୁରରେ ଗତମାସରେ ଘଟିଥିବା ହିଂସାକାଣ୍ଡରେ ପୋଲିସ ବଡ ଆକ୍ସନ ନେଇଛି । ଘଟଣାର ଗୋଟିଏ ମାସ ପରେ ପୋଲିସ କମିଶନର ବିଜୟ ସିଂ ମୀଣା ଦୁଇ ଥାନାଧିକାରୀଙ୍କୁ ସସପେଣ୍ଡ୍ କରିଛନ୍ତି । ଏହାସହ ଅନ୍ୟଜଣେ ଥାନାଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି ।

ରିପୋର୍ଟ ଅନୁସୀରେ, ପୋଲିସ କମିଶନର ବେଗମଗଞ୍ଜ୍ ଥାନା ଅଧିକାରୀ ନବାବ ଅହମ୍ମଦ, ବଜାରିଆ ଥାନାଧିକାରୀ ସନ୍ତୋଷ ସିଂଙ୍କୁ ସସପେଣ୍ଡ୍ କରାଯାଇଥିବା ବେଳେ ଚମନଗଞ୍ଜ ଥାନାଧିକାରୀ ଜୈନେନ୍ଦ୍ର ସିଂଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବେକମଗଞ୍ଜ୍ ହେଉଛି ସେହି ଅଞ୍ଚଳ ଯେଉଁଠାରେ ପ୍ରଥମେ ଜୁଲୁସ ଉଠିଥିଲା ଓ ହିଂସା ସୃଷ୍ଟି ହୋଇଥିଲା । ଏଥତ୍ ବ୍ୟତୀତ କଜାରିଆରେ ପ୍ରମୁଖ ଅଭିଯୁକ୍ତ ମୁଖତାରର ରେଷ୍ଟୁରାଣ୍ଟ୍ ରହିଛି । ଚମନଗଞ୍ଜରେ ଅନ୍ୟଜଣେ ଅଭିଯୁକ୍ତ ଜାଫର ହୟାତର ଘର ରହିଛି । ଆହୁରି ଅନେକ ପଥର ମାଡ କରିଥିବା ଯୁବକ ମଧ୍ୟ ଏହି ଅଞ୍ଚଳର ଥିଲେ । ତେବେ ହିଂସା ପରେ ଏହି ତିନି ଥାନା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ଜୁନ ତିନି ତାରିଖରେ କାନପୁରରେ ମୁସଲିମ ସଂଗଠନ ବନ୍ଦ ପାଳନ କରୁଥିଲେ । ସେମାନେ ନୂପୁର ଶର୍ମାଙ୍କ ବିରୋଧରେ ପ୍ରଦର୍ଶନ କରୁଥିଲେ । ଏହାପରେ ହିଂସା ବ୍ୟାପିଥିଲା । ପୋଲିସ ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ବେଳେ ପୋଷ୍ଟର ମଧ୍ୟ ମାରିଥିଲା ।